୭ ରନ୍ କରି ପାଭିଲିୟନ ଫେରିଲେ ପନ୍ତ : ଫେଲ୍ ମାରିଲେ ୨୭ କୋଟିର ଖେଳାଳି

0

ଚଳିତ ଆଇପିଏଲ୍ ର ଦାମୀ ଖେଳାଳୀ ଋଷଭ ପନ୍ତ । ହେଲେ ତାଙ୍କ ପ୍ରଦର୍ଶନକୁ ନେଇ ଦର୍ଶକ ମାନେ ଖୁସି ନାହାଁନ୍ତି । ସୋମବାର ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ । ସେଥିରେ ଫେଲ୍ ମାରିଛନ୍ତି ଲକ୍ଷେ୍ନøର ଅଧିନାୟକ ପନ୍ତ । ଉକ୍ତ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଯାଇଛନ୍ତି । ଏହା ଅତି ନୈରାଶ୍ୟଜନକ ପ୍ରଦର୍ଶନ ବୋଲି କୁହାଯାଉଛି । ସେ ଆଉଟ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ପ୍ରକାଶ ଯୋଗ୍ୟ ଯେ, ୧୨ଟି ମ୍ୟାଚ ଖେଳି ମାତ୍ର ୧୩୫ ରନ୍ କରିଛନ୍ତି ଋଷଭ ପନ୍ତ । ଚେନ୍ନାଇ ବିପକ୍ଷରେ କେବଳ ୬୩ ରନ୍ କରିଥିଳେ । ଅନ୍ୟ ଦଳ ସମ୍ମୁଖରେ ବ୍ୟାଟ୍ ତାଙ୍କର ଧୀର ହୋଇଥିଲା । ତେବେ ଯେଉଁ ଭରଷା ରଖି ଫ୍ରାଞ୍ଚାଇଜ ତାଙ୍କୁ ଏତେ ବଡ ଦାୟିତ୍ୱ ଦେଇଥିଲା ସେଥିରେ ସେ ବିଫଳ ହୋଇଛନ୍ତି । ସବୁ ଠାରୁ ଉଦ୍ଧ୍ୱର୍ରେ ୨୭ କୋଟି ଟଙ୍କାରେ କିଣା ଯାଇଥିବା ଏହି ଖେଳାଳୀଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ବୋଲି ଚର୍ଚ୍ଚା ହେଉଛି ।