୨୭୦ ଗ୍ରାମ ବ୍ରାଉନସୁଗାର ଜବତ

0

ଭୁବନେଶ୍ୱର/ଆଦର୍ଶ ରାଉତ: କମିଶନରେଟ ପୁଲିସ ହାତରେ ବ୍ରାଉନସୁଗାର ବେପାରୀ । ବିଶେଷ ସୂତ୍ରରୁ ସୂଚନା ପାଇ ଲକ୍ଷ୍ମୀସାଗର ପୁଲିସ ଜଣେ ବେପାରୀକୁ ଗିରଫ କରିବା ସହ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ବେପାରୀର ନାମ ଅବିନାଶ ଲେଙ୍କ (୩୩) । ସେ ଲକ୍ଷ୍ମୀସାଗର ଅଞ୍ଚଳର ମାଝୀ ସାହିରେ ବସବାସ କରେ । ତା ନିକଟରୁ ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୭୫୦ ଟଙ୍କା ହେବ ।