ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ 28 ଜଣଙ୍କୁ ମିଳିଛି ପୋଲିସ ପଦକ

0

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ 28 ଜଣଙ୍କୁ ମିଳିଛି ପୋଲିସ ପଦକ | ତିନୋଟି କ୍ୟାଟଗୋରୀରେ ପ୍ରଦାନ କରାଯାଇଛି ଏହି ପଦକ | ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି | ଉଲେଖନିୟ ସେବା ପାଇଁ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ |

ଭିଜିଲାନ୍ସର କନେଷ୍ଟବଲ ପ୍ରହ୍ଲାଦ କୁମାର ରାଉତଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ | ସେହିପରି ପ୍ରଶଂସନୀୟ ସେବା ପାଇଁ 11ଜଣ ପୋଲିସ ଅଧିକାରି ଓଃ କର୍ମଚାରୀଙ୍କୁ ପୋଲିସ ପଦକ ଦିଆଯାଇଛି | ସେମାନେ ହେଲେ ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା, ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ଶୁଧାଂଶୁ ଶେଖର ପୂଜାରୀ, କମିଶନରେଟ ପୋଲିସର ଏସିପି ହିମାଂଶୁ ସ୍ୱାଇଁ, ପିଟିଆଇ ଡେପୁଟି କାମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, SIW ଇନ୍ସପେକ୍ଟର ଅରୁଣ ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନର ଏସଆଇ ଯୁଗଳ କିଶୋର ପ୍ରଧାନ, କଟକ ଭିଜିଲାନ୍ସ ଅଫିସର କନେଷ୍ଟବଳ ସରୱଦିନ ଖାନ, ଭୁବନେଶ୍ୱର SCRBର ଏସଆଇ ବିଜନ ଭୂଷଣ ମହାନ୍ତି, ବିଜୁପାଟନାୟକ ପୋଲିସ ଏକାଡେମୀର ଡ୍ରିଲ ଇନ୍ସ୍ପେକ୍ଟର ଅନିଲ ମିଞ୍ଜ ଓ ରାଉଲକେଲା ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ ବେହେରା | ସେହିପରି ସାହାସିକତା କାମ ପାଇଁ 16 ଜଣଙ୍କୁ ମିଳିଛି ପୋଲିସ ପଦକ |

SOG SI ଗଗନ ବିହାରୀ ନାୟକ, SOG ହାବିଲଦାର କୃଷ୍ଣଲୋକ ବେହେରା, SOG କାମାଣ୍ଡୋ ମୁରଲାଲ ମନୋହର ଦାସ, SOG କମାଣ୍ଡୋ ମହେଶ୍ୱର ଧାକଡ଼, SOG କମାଣ୍ଡୋ ମନୋହର ଭୂମିଆ, SOG କମାଣ୍ଡୋ ପ୍ରଶାଦ ନାୟକ, SOG କମାଣ୍ଡୋ ଭବାନୀ ଶଙ୍କର ପାଟିଲ, କମାଣ୍ଡୋ ଅର୍ଜୁନ ଚନ୍ଦ୍ର କୁରାମୀ, କମାଣ୍ଡୋ ବିନୟ କୁମାର ମିଶ୍ର,କମାଣ୍ଡୋ ରାଜେଶ ଦିୱାନ, କମାଣ୍ଡୋ ରାଜେନ୍ଦ୍ର ଚୌଧୁରୀ, SOG ହାବିଲଦାର ଶୁଖିରାମ ରଣା, କମାଣ୍ଡୋ ଗଣେଶ ଧରୁଆ, କମାଣ୍ଡୋ ରମେଶ ପରମାଣିକ, କମାଣ୍ଡୋ ପଦ୍ମନାଭ ରାୟ, କମାଣ୍ଡୋ ମଦନ ମୋହନ ପ୍ରଧାନ. ପଦକ ପ୍ରଦାନ ଉତ୍ସବ ରେ ପୋଲିସ ଡିଜି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ |