ରାଜ୍ୟରେ ବଦଳିଲେ ୨୯ ଓଏଏସ ଅଧିକାରୀ

0

ଭୁବନେଶ୍ୱର-: ରାଜ୍ୟରେ ବଡଧରଣର ଅଦଳ ବଦଳି । ବଦଳିଲେ ୨୯ ଓଏଏସ  ଅଧିକାରୀ । ୨୯ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ ରାଜସ୍ୱ ବିଭାଗୀୟ ସଚିବ । ଲିପ୍ସାଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ । ବୀରସେନ ପ୍ରଧାନ ହେଲେ ବ୍ରହ୍ମପୁର ରାଜସ୍ୱ ବିଭାଗୀୟ ସଚିବ । ଆଶୁତୋଷ ସାମଲଙ୍କୁ କଟକ ଭୂଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଦାୟିତ୍ୱ ଦିଆଯାଇଛି । ଦେବାଶିଷ ପଟ୍ଟନାୟକ ହେଲେ କଟକ ରାଜସ୍ୱ ବିଭାଗୀୟ ଅତିରିକ୍ତ ସଚିବ ଏବଂ ଶାନ୍ତନୁ କୁମାର ମହାନ୍ତି ହେଲେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ଜେନେରାଲ ମ୍ୟାନେଜର ଦାୟିତ୍ୱ ।