ଭୁବନେଶ୍ୱରରୁ ୨୯୫ ନୂଆ ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଶନିବାର ରାଜଧାନୀ ଭୁବନେଶ୍ୱରରୁ ୨୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧୫ରେ ପହଁଚିଛି । କ୍ୱାରେଣ୍ଟାଇନରେ ୧୫୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୪୨ ଅଛନ୍ତି । ଏହାସହ ୧୫୮ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୭୦୧୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୪୨୧୯ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୩୩ଜଣ ପ୍ରାଣ ହରାଇଥିବା ବେଳେ ୨୭୫୪ଟି ସକ୍ରିୟ କେସ୍ ରହିଛି ।