ଗ୍ୟାସ ଟାଙ୍କି ଫାଟି ୨ଦୋକାନ ଜଳିଲା

0

ଜଳେଶ୍ୱର/ ଅଜିତ ସାହୁ: ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଦୋକାନ ଘର ଗ୍ୟାସ ଟାଙ୍କି ଫାଟି, ଦୁଇଟି ଦୋକାନ ସହିତ ଏକ ଯାତ୍ରୀବାହୀ ଅଟୋ ହୁତୁ ହୁତୁ ହୋଇ ପୋଡି ପାଉଁଶ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି, ନିଆଁ କୁ ଆୟତ୍ତ କରିଥିଲା।