ଆସନ୍ତା ୨୪ରୁ ଆରମ୍ଭ ହେବ ପାରାଲିମ୍ପିକ୍ସ
ସରିଗଲା ଟୋକିଓ ଅଲିମ୍ପିକ୍ସ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଆସନ୍ତା ଟୋକିଓ ପାରାଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
(ଦିଲ୍ଲୀ) : ସରିଗଲା ଟୋକିଓ ଅଲିମ୍ପିକ୍ସ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଆସନ୍ତା ଟୋକିଓ ପାରାଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାରାଲିମ୍ପିକ୍ସ ଆସନ୍ତା ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖରେ ଶେଷ ହେବ। ଏଥିରେ ଭାରତର ୫୪ଜଣିଆ ଦଳ ମୋଟ ୯ଟି କ୍ରୀଡ଼ା ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏସବୁ ମଧ୍ୟରେ ଶୁକ୍ରବାର ଦିନ ଭାରତୀୟ ପାଓ୍ବାର ଲିଫଟିଙ୍ଗ୍ ଦଳ ଜୟଦୀପ ଜସଓ୍ବାଲ ଓ ସାକିନା ଖାତୁନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଟୋକିଓ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସହିତ କୋଚ ଏବଂ ସପୋର୍ଟ ଷ୍ଟାଫ୍ ଯାଇଛନ୍ତି। ସୂ
ସୂଚନାନୁଯାୟୀ ଏହାପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଭରାତୀୟ ପାରାଲିମ୍ପିକ୍ସର ପ୍ରଥମ ବ୍ୟାଚ ଟୋକିଓ ଯାତ୍ରା କରିଥିଲା। ୩ ଜଣ ଖେଳାଳି ଋ ୬ ଜଣ ଷ୍ଟାଫ୍ ଟୋକିଓ ଯାତ୍ରା କରିଥିଲେ। ସୂଚନାଥାଉକି, ଅଗଷ୍ଟ ୨୭ ତାରିଖରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ଯାତ୍ରା କରିବେ। ୨ଜଣ ଖେଳାଳି ଅଗଷ୍ଟ ୨୭ରେ ଦେଶ ପାଇଁ ପ୍ରତିନିଧତ୍ଵ କରିବେ।