ବ୍ରହ୍ମପୁର : ମହିଳା ଦିବସରେ ମହିଳାଙ୍କ ପାଇଁ ଖୁସିର ଖବର । ଖାତାକୁ ଗଲା ୨ୟ କିସ୍ତି ସୁଭଦ୍ରା ଟଙ୍କା । ଏକାକାଳୀନ କୋଟିଏ ଖାତାକୁ ଗଲା ସୁଭଦ୍ରା ଟଙ୍କା । ୫ ହଜାର ଟଙ୍କା ଲେଖାଏଁ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ରହ୍ମପୁରର ସ୍ୱତନ୍ତ୍ର କାଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି ସେଠାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଅନେକ ନେତା ।୧ କୋଟି ୬୪ ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ୨୫ କୋଟି ୧୭ ଲକ୍ଷ ୭୦ ହଜାର ଟଙ୍କା ପଠାଗଲା ।