ମଙ୍କିପକ୍ସ ସଂକ୍ରମଣ ବଢ଼ାଇଲା ଚିନ୍ତା

0

ଭୁବନେଶ୍ୱର : ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି। ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଭାରତର ଚିନ୍ତା ବଢ଼ିଛି । ତେବେ ଗତ ସପ୍ତାହରେ ଦୁବାଇରୁ କେରଳ ଆସିଥିଲେ ୩୧ ବର୍ଷୀୟ ଯୁବକ, ଟେଷ୍ଟ କରାଯିବା ପରେ ସେ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ଆକ୍ରାନ୍ତ କେରଳର କୋଲ୍ଲମରୁ ଚିହ୍ନଟ ହୋଇଥିଲେ । ଏବଂ ଦ୍ୱିତୀୟ ଆକ୍ରାନ୍ତ ମଧ୍ୟ କେରଳର କନ୍ନୁର ଚିହ୍ନଟ ହୋଇଛନ୍ତି ।
ମନ୍ତ୍ରୀ କହିଛନ୍ତି ୧୩ ଜୁଲାଇରେ କେରଳରେ ପହଞ୍ଚିଥିବା ରୋଗୀଙ୍କ ଘର କନ୍ନୁର ଅଞ୍ଚଳରେ ଏବଂ ସେ ପଜିଟିଭ ମିଳିବା ପରେ ପରିୟାରାମ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଯେଉଁମାନେ ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭାରତର ପ୍ରଥମ କେସ୍ କେରଳରୁ ଚିହ୍ନଟ ହୋଇଥିଲା । ଲ୍ଲମ ଜିଲ୍ଲାର ଜଣେ ୩୫ ବର୍ଷୀୟ ବିଦେଶ ଫେରନ୍ତାଙ୍କଠାରେ ପ୍ରଥମକରି ମଙ୍କିପକ୍ସର ସଂକ୍ରମଣ ଦେଖାଯାଇଥିଲା । ତାଙ୍କର ଚିକିତ୍ସା ଥିରୁଅନନ୍ତପୁରମ ମେଡିକାଲରେ ଚିକିତ୍ସା ଚାଲିଛି । କରୋନା ଭଲି ଏହା ମଧ୍ୟ ଏକ ଭାଇରାଲ୍ ଡିଜିଜ । ତେଣୁ ଏହା ଦେଶରେ କିଭଳି ନବ୍ୟାପିବ ତା ପୂର୍ବରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଯେହେତୁ କେରଳରୁ ଦୁଇଟି ଯାକ କେସ୍ ଚିହ୍ନଟ ହୋଇଛି ସେଥିପାଇଁ ରାଜ୍ୟର ସମସ୍ତ ୫ଟି ବିମାନବନ୍ଦରକୁ ଆଲର୍ଟ କରାଯାଇଛି । ବିଦେଶରୁ ଆସୁଥିବା ଲୋକମାନଙ୍କ ଟେଷ୍ଟ କରାଯାଉଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।