ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ ; ଭୟଭୀତ ଲୋକେ

0

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ହିମାଚଳ ପ୍ରଦେଶର ଲାହୋଲ -ସ୍ପିତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି।ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ବୋଲି ଜଣାପଡିଛି । ଏଥିରେ କୌଣସି ଧନଜୀବନର କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ବାଦଲ ଫଟା ବର୍ଷା କାରଣରୁ ଲୋକଙ୍କ ସ୍ଥିତି ବେହାଲ୍ ହୋଇଥିବା ବେଳେ ଭୂକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।