+୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

0

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି +୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ସେପ୍ଟେମ୍ୱର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୩ରୁ ୬ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।
ସେହିପରି ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୦ ତାରିଖରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ତାଙ୍କ ନୋଟିସ ବୋର୍ଡ ଏବଂ ୱେବ୍ସାଇଟରେ ପ୍ରକାଶ କରିବେ ଏବଂ ୧୧ ଓ ୧୨ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍ ବଳକା ରହିଲେ, ୱେଟିଂ ତାଲି କାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ କଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ନାମଲେଖା ପାଇଁ ଅବଗତ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।