ଆସାମ: ଭୂକମ୍ପରେ ଥରିଲା ଆସାମ । ଆଜି ଆସମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଏନେଇ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପଟି ଆସାମର ଗୁଆହାଟୀ ରେ ଆଜି ସକାଳ ପ୍ରାୟ ୫ଟା ୪୨ ମିନିଟରେ ଅନୁଭୂତ ହୋଇଥିବା କୁହାଯାଉଛି । ତେବେ ଏହାର ତୀବ୍ରତା ରେକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା କୁହାଯାଉଛି ।