ମଣିପୁରରେ ୩.୬ ତିବ୍ରତାର ଭୂକମ୍ପ ଅନୁଭୂତ

0

ମଣିପୁର: ଭୂକମ୍ପରେ ଥରିଲା ମଣିପୁର । ଆଜି ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିବା ସୂଚନା ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ତେବେ ଏହି ଭୂକମ୍ପରେ ଜୀବନ କିମ୍ବା ଧନ ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ । ଯେତେବେଳେ ଏହି ଭୂକମ୍ପ ଘଟିଲା, ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଏନସିଏସ କହିଛି ଯେ ଏହି ଭୂକମ୍ପ ଭୋର ୪.୪୨ ରେ ହୋଇଥିଲା । କିଛି କ୍ଷଣ ପାଇଁ ଭୂକମ୍ପ ରେ ଥରିଥିଲା ମଣିପୁର ।