୩ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କଲା ପୋଲିସ

୩ ଜଣ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

0

(ବଲାଙ୍ଗୀରି) : ୩ ଜଣ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ। ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି।

ସୂଚନାନୁଯାୟୀ , ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲେଟ , ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ, ପର୍ସ, ଗାଡ଼ି ନମ୍ବର ପ୍ଳଟେ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି। ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି । ସୋମବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।