ନକଲି ଆରଟିଓ ପରିଚୟପତ୍ର ଦେଖାଇ ଆଦାୟ କରୁଥିଲେ ବଟି

0

ରାଉରକେଲା: ଆରଟିଓ ପରିଚୟ ପତ୍ର ଦେଖାଇ ବଟି ଆଦାୟ କରୁଥିଲେ ତିନି ଅଭିଯୁକ୍ତ । ଏପରି ଘଟଣା ଘଟିଛି ଓଡିଶା-ଝାଡଖଣ୍ଡ ସୀମାନ୍ତରେ । ଏହି ତିନି ଅଭିଯୁକ୍ତ ଟ୍ରକ ଡ୍ରାଇଭର ମାନଙ୍କ ଠାରୁ ବଟି ଆଦାୟ କରୁଥିଲେ । ପୁଲିସ ତିନି ଯୁଗକଙ୍କୁ ଝାଡ଼ଖଣ୍ଡର ଠେଠେଇଟାଙ୍ଗରଠାରୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।

ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ସୁନ୍ଦରଗଡର ଜୟପ୍ରକାଶ ଗୁପ୍ତା, ଅନୁଗୋଳର ପ୍ରବୀଣ ପ୍ରଧାନ ଓ ଟୁଟୁ ଦେହୁରୀ। ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୋଲିସ ତା’ର ତଦନ୍ତ ଚଳାଇଛି । ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ । ନିଜକୁ ସୁନ୍ଦରଗଡ଼ର ଆରଟିଓ ଓ ସ୍ଥାନୀୟ ପୁଲିସ ପରିଚୟ ଦେଇ ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ ।