ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ଆରମ୍ଭ ହେଉଛି ୩ ଦିନିଆ କର୍ମଶାଳା। ଆଜି ଲୋକସେବାଭବନରେ ଆରମ୍ଭ ହେବ ଏକ ଆଲୋଚନା ଚକ୍ର। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ।ଏହା ସହ ଅନେକ ଶିକ୍ଷାବିତ, ଏବଂ ଭାରତ ସରକାରଙ୍କ ଅଧିନସ୍ଥ ଅନେକ ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରହିବେ। ଏହା ସହ ଆସନ୍ତାକାଲି ଏବଂ ୨୩ ତାରିଖ ଦିନ ମଧ୍ୟ ଦୁଇ ଦିନିଆ ଗ୍ରୁପ ଡିସକସନ ରହିବ।