ଘରୋଇ ପାର୍ଟିରେ ଗୁଳିମାଡ: ୩ ମୃତ

0

ୱାଶିଂଟନ: ଆମେରିକାର ଉତ୍ତର କରୋଲିନା ଅନ୍ତର୍ଗତ ୱିଲମିଂଟନ ସିଟିରେ ଏକ ଘରୋଇ ପାର୍ଟିରେ ଗୁଳି କରି ୩ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୪ ଜଣ ଆହତ ହୋଇଥିବା ଶନିବାର ଦିନ ସ୍ଥାନୀୟ ପୁଲିସ ସୂଚନା ଦେଇଛି । ସ୍ଥାନୀୟ ସମୟ ଅନୁଯାୟୀ ରାତ୍ରୀ ୪ଟାରେ ଏହି ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ୱିଲମିଂଟନ ସହରରେ ଏକ ଘରୋଇ ପାର୍ଟି ଜଣଙ୍କ ଘରେ ଚାଲିଥିଲା । ଏହି ପାର୍ଟିରେ ପ୍ରାୟ ୭ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମୟରେ ସେମାନଙ୍କ ଉପରେ ଆଖିବୁଜା ଗୁଳିମାଡ ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି, ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ୱିଲମିଂଟନ ପୁଲିସ ମୁଖ୍ୟ ଡୋନୀ ୱିଲିୟମ ସ୍ଥାନୀୟ ଚ୍ୟାନେଲକୁ ସୂଚନା ଦେଇଛନ୍ତି ।