ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ

0

ବୌଦ୍ଧ: ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ପୁଲିସ ଗିରଫ କରିଥିବା ଏସପି ରାହୁଲ ଗୋଏଙ୍କା ସୂଚନା ଦେଇଛନ୍ତି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁଲିସ ବ୍ୟାରେକ୍‌‌ରେ ଚଢ଼ାଉ ପରେ ୩ଜଣ ଯବାନଙ୍କୁ ଗିରଫ କରିଛି। ବ୍ୟାରେକ୍‌‌ରେ ଚଢ଼ାଉ ସମୟରେ ୩ଜଣ ଯବାନଙ୍କଠାରୁ ୧୫କେଜି ଗଞ୍ଜେଇ ମିଳିଥିଲା। ୩ ଯବାନଙ୍କଠାରୁ ମିଳିଥିବା୧୫ କେଜି ଗଞ୍ଜେଇକୁ ମନମୁଣ୍ଡା ପୁଲିସ ଜବତ କରିଛି। ମନମୁଣ୍ଡା ପୁଲିସ ୩ ଜଣ ଯବାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବୋଲି ବୌଦ୍ଧ ଏସପି ରାହୁଲ ଗୋଏଙ୍କା ପ୍ରକାଶ କରିଛନ୍ତି।