ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ମିଳୁଥିଲା ରାସନ

0

ବ୍ୟୁରୋ : ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତି ଙ୍କ ନାଁ ରେ ଉଠୁଥିଲା ରାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତି ଙ୍କ ନାଁ କୁ ବାଦ ଦିଆ ଯାଇଛି । ସର୍ବାଧିକ କେନ୍ଦୁଝରରେ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇ ଥିବା ବେଳେ ଗଞ୍ଜାମରେ ୨୫ ହଜାର ୭୮୯,ମୟୁରଭଞ୍ଜ ରେ ୨୩ ହଜାର ୭୯୯, ରାୟଗଡ଼ା ରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଚାଉଳ ଉଠୁଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।