ବ୍ରହ୍ମପୁର: ଲଙ୍କା ଗୁଣ୍ଡ ଫିଙ୍ଗି ହାଣିଲେ ଦୁର୍ବୃତ୍ତ । ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି, ୩ଲକ୍ଷ ଟଙ୍କା ଲୁଟି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି । ୨ରୁ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଏନେଇ ଅଭିଯୋଗ କରିଛନ୍ତି ଗୁରୁତରଙ୍କ ସମ୍ପର୍କୀୟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନା ଚନ୍ଦ୍ର ଖଟୁଆ ଓରଫ ଟିଙ୍ଗିରି ।
ସୂଚନା ଅନୁଯାୟୀ ଗୋଳନ୍ତରା ଥାନା ହଳଦିଆ ପଦର ଜାତୀୟ ରାଜପଥରେ କନିସି ହାଟ ଗୁଣ୍ଡଚା ଦଗରରେ ଘଟିଛି ଏଭଳି ଘଟଣା । ଟିଙ୍ଗିରି ରାସ୍ତାରେ ଯାଉଥିବା ସମୟରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଟିଙ୍ଗିରିଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ହାତ ପାପୁଲିକୁ ହାଣିଦେଇଥିଲେ ଦୁର୍ବୃତ୍ତ । ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି ଥିବାରୁ ତାଙ୍କୁ ଏମ କେ ସି ଜି ମେଡିକାଲରେ ଭର୍ତ୍ତି କରାଯାଇଛି ।