ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ

0

ପୁଲୱାମା: ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ । ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଠାରୁ ବ୍ୟାପକ ଅସ୍ତ୍ରଶସ୍ତ୍ର , ଦୁଇଟି ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କ ପରିଚୟ ଜୁନୈଦ ଶିରଗୋଜରୀ ବୋଲି ଜଣାପଡିଛି । ନିହତ ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର, ଲସ୍କର ସହ ଥିଲେ ସମ୍ପୃକ୍ତ । ଏପରିକି ପୋଲିସ କନେଷ୍ଟବଳ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଜଣେ ସମ୍ପୃକ୍ତ ଥିଲା । ସନ୍ଧ୍ୟା ପ୍ରାୟ ୬.୫୫ ରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ କାଶ୍ମୀର ଜୋନ୍ ପୋଲିସ ଏକ ଟ୍ୱିଟ୍ ରେ ଏହା ବିଷୟରେ ସୂଚନା ଦେଇଛି।