ସଡକ ଦୁର୍ଘଟଣାରେ ଚାଲିଗଲେ ୩ ଜୀବନ

0

ବଡଚଣା / ବେଦପ୍ରକାଶ ନାୟକ : ବଡଚଣା ଥାନା ନିକଟସ୍ଥ କଡେଇ ଛକ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକ ଗୋଟିଏ ଏକ ପଲସର ବାଇକ୍ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଅଜଣା ଗାଡି ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତିନିଜଣ ଯୁବକ ମୃତ୍ୟୁବରଣ କରିଥିଲେ। ସୂଚନା ଆଧାରରେ ମୃତକ ଯୁବକ ହେଲେ ଜେନାପୁର ଅନ୍ତର୍ଗତ ଚଢ଼େଇଧରା ଗ୍ରାମ ର ଶରତ ସାହୁ ଙ୍କ ପୁଅ ଅଂଚଳ ସାହୁ ବୟସ ୨୪ ବର୍ଷ , ଧର୍ମଶାଳା ଅନ୍ତର୍ଗତ ମାଣିତିରା ଗ୍ରାମର ମହେନ୍ଦ୍ର କୁମାର ସର ଙ୍କ ପୁଅ ଅଭିଷେକ ସର ଓ ଜଗତପୁର ଅନ୍ତର୍ଗତ ବୈଖୁଣ୍ଠ ପାଲି ଗ୍ରମାର ଦତହରି ନାୟକ ଙ୍କ ପୁତ୍ର ଦେବାଶିଷ ନାୟକ ବୋଲି ଘଟଣା ଘଟିଲା ପରେ ଜଣା ପଡିଛି।