ଘର ଭିତରେ ଜଳିଗଲେ ୩ ଶିଶୁ, ୨ ଗୁରୁତର

0

ନୋଏଡା : ପରିବାରକୁ ଛାରଖାର କରିଦେଲା ନିଆଁ । ଘରେ ହଠାତ ନିଆଁ ଲାଗିଯିବାରୁ ୩ ଭାଇଭଉଣୀ ଜୀବନ୍ତ ଦଗ୍ଧ । ଉତ୍ତର ପ୍ରଦେଶରେ ନୋଏଡ଼ା ସେକ୍ଟର ୮ରେ ଥିବା ଏକ ବସ୍ତିରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାପାମାଙ୍କ ସହ ୪ ପିଲା ଶୋଇଥିବା ବେଳେ ଘରେ ନିଆଁଲାଗି ଯାଇଥିଲା । ମୃତାହତ ୪ ଶିଶୁଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ସେହିପରି ଗୁରୁତର ଅବସ୍ଥାରେ ଜଣେ ଶିଶୁ ଓ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ରାତିରେ ଏକ ଘରେ ୩ ଭାଉଭଉଣୀ ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ। ବ୍ୟକ୍ତିଜଣକ ବ୍ୟାଟେରୀ ଅଟୋ ଚଳାଉଥିବାରୁ ସେ ଉକ୍ତ ରୁମ୍ରେ ବ୍ୟାଟେରି ଚାର୍ଜ ପାଇଁ ବସାଇଥିଲେ। ରାତି ଅଧରେ ହଠାତ୍ ଉକ୍ତ ଘରୁ ନିଆଁ ବାହାରୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ଏଥିସହ ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟ ଆକୁଳ ଚିତ୍କାର କରୁଥିଲେ।

ସୂଚନା ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଘର ଭିତରୁ ବିଛଣା ଉପରୁ ୩ ଭାଉଭଉଣୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ନିଆଁରେ ପୋଡ଼ି ହୋଇ ବ୍ୟକ୍ତିଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ମା’ଙ୍କ ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିନି।