(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ଗୋଟିଏ ପଟେ ଶାନ୍ତି ଚାହୁଁଥିବାକୁ ନେଇ ରାଗ ଆଳାପ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ତାର ପ୍ରକୃତି ଛାଡୁନାହିଁ । ଭାରତୀୟ ସେନା ଓ ଗୁପ୍ତ ସୂଚନା ହାସଲ କରିବାକୁ ଗୁପ୍ତଚର ନିୟୋଜିତ କରିବାକୁ କ୍ଷାନ୍ତ ହେଉନାହିଁ । ଏହା ଜଣାପଡିଛି ଗୁରୁବାର ହରିୟାଣାର ହିସାରରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହେବା ପରେ।
ଗିରଫ ଅଭିଯୁକ୍ତମାନେ ହେଲେ ରାଗିବ(୩୪) , ମେହତାବ୍ (୨୮) ଏବଂ ଖଲିଦ। ତିନି ଜଣଯାକ ଗୋଟାଏ ନିର୍ମାଣଧୀନ କେଣ୍ଟ୍ ମେସ୍ କୋଠାରେ ରହୁଥିଲେ। ଏହି ତିନି ଗୁପ୍ତଚରଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ କେତେକ ଫଟୋଚିତ୍ର, ମୋବାଇଲ ଫୋନ ଜବତ କରାଯାଇଛି । ସେ ମୋବାଇଲ୍ ଫୋନ୍ରୁ ଉଦ୍ଧାର କରାଯାଇଥିବା ହ୍ଵାଟ୍ସ୍ଆପ୍ କଲ୍ ଏବଂ ଭିଡିଓ କଲ୍ର ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ତିନି ଗିରଫ ବ୍ୟକ୍ତି ସେମାନଙ୍କ ହ୍ୟାଣ୍ଡ୍ଲର୍ଙ୍କ ସହ ଯୋଗାସୂତ୍ର ରଖିଥିଲେ।