ଅନୁଗୋଳ /ସୁଧାକର ସାହୁ: ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ । ୫୫ନଂ ଜାତୀୟ ରାଜପଥ ନେଲା ଜୀବନ। ଅନୁଗୁଳ ପଞ୍ଚମହଲା ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଆନୁସାରର ୩ ଜଣ ଯୁବକ ଏକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୫ ପଞ୍ଚମହଲା ନିକଟରେ୧୬ ଚକିଆ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକ ତିନିଜଣ ଡେରେଜାଙ୍ଗ ଗାଁ ର ଛୋଟୁ ପ୍ରଧାନ , ରାଜେନ୍ଦ୍ର ପ୍ରଧାନ , କୃପା ପ୍ରଧାନ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରା ଯାଇଛି ।ଖବର ପାଇ ସଦର ପୋଲିସ୍ ଘଟଣାର ପହଁଞ୍ଚି ତଦନ୍ତା ଆରମ୍ଭ କରିଛି ।