ଗୋଟିଏ ପରିବାରର ଚାଲିଗଲା ତିନି ଜୀବନ

0

(ରିପୋର୍ଟସ ଟୁଡ଼େ)ସମ୍ବଲପୁର: ରଙ୍ଗର ପର୍ବ ହୋଲିରେ ଗୋଟିଏ ପରିବାରର ତିନି ଜଣଙ୍କର ଚାଲିଗଲା ଜୀବନ ।ଏଭଳି ଏକ ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଠେଲକୁଲି ଅଂଚଳରେ ଘଟିଛି। ନଦୀରେ ବୁଡି ତିନିଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ଗତକାଲି ହୋଲି ଖେଳି ସାରିବା ପରେ ଠେଲକୁଲି ଥାନା ଖେରୁଆଲ ନଦୀକୁ ଗୋଟିଏ ପରିବାରର ବାପା, ପୁଅ ଏବଂ ଝିଅ ଗାଧୋଇବା ପାଇଁ ଯାଇଥିଲେ । ତେବେ ବିଧିର ବିଧାନ କିଛି ଅଲଗା ଥିଲା । ଗାଧୋଇବା ସମୟରେ ସେମାନେ ପାଣିର ବୁଡି ଯାଇଥିଲେ । ଆଜି ତିନଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।