ନୂଆଦିଲ୍ଲୀ: ରସାୟନ ବିଜ୍ଞାନ କ୍ଷେତ୍ରରେ 2024 ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ବୁଧବାର 09 ଅକ୍ଟୋବରରେ ନିଆଯାଇଛି। ଏଥିସହ ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ କହିଛି ଯେ ଚଳିତ ବର୍ଷ ଏହି ପୁରସ୍କାର ତିନି ଜଣଙ୍କୁ ଦିଆଯିବ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ରସାୟନ ବିଜ୍ଞାନ ଲାଗି ମିଳୁଥିବା ନୋବେଲ ପ୍ରାଇଜର ଅଧାଭାଗ ପାଇବେ ଡାଭିଡ ବକର। ଅନ୍ଯ ଦୁଇଜଣ ଡେମିସ ହସାବିସ ଓ ଜନ. ଏମ ଜମ୍ପର ଅଧା ଭାଗ ପାଇବେ। ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ଡାଭିଡ ବକର। ସେହିପରି ପ୍ରୋଟିନ ସଂରଚନା ଲାଗି ଗୁଗଲ ଡିପମାଇଣ୍ଡ, ଲଣ୍ଡନର ଡେମିସ ହସାବିସ ଓ ଜନ ଜମ୍ପର ନୋବେଲ ପାଇବେ। ଗତବର୍ଷ ଏହି ବର୍ଗରେ ନୋବେଲ ପାଇଥିଲେ ମୌଙ୍ଗି ଜି. ବାୱେଣ୍ଡି, ଲୁଇ ଇ. ବ୍ରୁସ ଓ ଆଲେକ୍ସି ଏକିମୋଭ।