୩ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

0

ଭୁବନେଶ୍ୱର:  ୩ ବରିଷ୍ଠ ଆଇପିଏସଙ୍କୁ  ଡିଜି ପାହ୍ୟାକୁ  ପଦୋନ୍ନତି ଦେଲେ ସରକାର । ସେମାନେ ହେଲେ ୧୯୯୩ ବ୍ୟାଚ୍ ର ଆଇପିଏସ  ବିନୟତୋଷ ମିଶ୍ର , ରାଓସାହେବ ପଞ୍ଜାବ୍ରୋ କୋଚେ ଏବଂ ଶୁଶାନ୍ତ କୁମାର ନାଥ ।

୧୯୯୩ ବ୍ୟାଚର ଆଇପିଏସ ବିନୟତୋଷ ମିଶ୍ର ଓ ଆର ପି କୋଚେଙ୍କୁ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ସେହିଭଳି ଓଡିଶା କ୍ୟାଡ଼ରର ସେହି ସମାନ ବ୍ୟାଚର ଆଇପିଏସ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ କୁମାର ନାଥଙ୍କୁ ମଧ୍ୟ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚର ଏଡିଜି ଥିବା ବେଳେ ଆରପି କୋଚେ ରାଜ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି।