ନୂଆଦିଲ୍ଲୀ: ମର୍ମନ୍ତୁଦ ବସ ଦୁର୍ଘଟଣାରେ ୩୦୦ ଫୁଟ ଖାଇକୁ ଖସିଲା ବସ । ଜମ୍ମୁ କାଶ୍ମୀରର ଡୋଡୋ ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା । ଏକ ବସ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀର ଖାଇ ପଡିଛି ଫଳରେ ୩୦ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଆଗକୁ ଆହୁରି ମଧ୍ୟ ମୃତ୍ୟୁ ସଂଖ୍ୟ ବଢିପାରେ ବୋଲି କୁହାଯାଉଛି । ଲବେବି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଦୁର୍ଘଟାଣାଗସ୍ତ ବସ ଟି କିଶତବାଡରୁ ଜମ୍ମୁ ଅଭିମୁଖେ ଯାତ୍ରା କରୁ ଥିବା ବେଳେ ଏଭଳି ଅଘଟଣ ଘଟି ଥିବା କୁହାଯାଉଛି । ସେହି ବସରେ ୫୫ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବସ ଟି ନିୟନ୍ତ୍ରଣ ହରାଇ ୩ଶହ ଫୁଟ ତଳକୁ ଖସିପଡିଛି । ତେବେ ଆହତଙ୍କୁ ହସ୍ପିଟାଲ ନିଆ ଯାଉଥିବା କୁହାଯାଉଥିବା ବେଳେ ଫସି ରହିଥିବା ଅନେକ ଲୋକଙ୍କୁ ଏବେ ବି ଉଦ୍ଧାର କରାଯାଉଛି ।