୬ ମାସରେ ୧୦୦ ଆତଙ୍କବାଦୀ ନିହତ

ଦିନକୁ ଦିନ ସେନା ଗୁଳିରେ ଦୁର୍ବଳ ହେବରେ ଲାଗିଛି ଆତଙ୍କବାଦୀ ସଂଗଠନ ।

0

(ଜମ୍ମୁ କଶ୍ମୀର) : ଦିନକୁ ଦିନ ସେନା ଗୁଳିରେ ଦୁର୍ବଳ ହେବରେ ଲାଗିଛି ଆତଙ୍କବାଦୀ ସଂଗଠନ । ଲଗାତାର ଜମ୍ମୁ କଶ୍ମୀରରେ ଜାରି ରହିଛି ପୁଣି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଭଳି ମୁହାଁମୁହିଁ ପରିସ୍ଥିତରେ ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଆତଙ୍କବାଦୀ ମଧ୍ୟରୁ ୩୦ ଜଣ ପାକିସ୍ତାନର ଅଛନ୍ତି।

ରବିବାର ତଥା ଆଜି ମଧ୍ୟ ସୁରକ୍ଷା କର୍ମୀମାନେ ପୁଲୱାମା ଜିଲ୍ଲାରେ ୩ ଜଣ ଲସ୍କର ଆତଙ୍କବାଦୀକୁ ନିପାତ କରିଛନ୍ତି। ଏହି ଆତଙ୍କବାଦୀଙ୍କୁ ମିଶାଇ ଚଳିତ ବର୍ଷ ଅଦ୍ୟାବଧି ୧୦୦ ଜଣ ଆତଙ୍କବାଦୀକୁ ନିପାତ କଲାଣି ସେନା। ଏହି ସଙ୍ଗଠନର ୮୩ ଜଣ ସଦସ୍ୟ ଏବେ ସକ୍ରିୟ ଅଛନ୍ତି। ସେହିପରି ଜୈଶ ସଙ୍ଗଠନର ୩୦ ଜଣ ଆତଙ୍କବାଦୀ, ହିଜବୁଲ ମୁଜ୍ଜାହିଦିଦ୍‌ର ୩୮ ଜଣ ଆତଙ୍କବାଦୀ ଭ୍ୟାଲିରେ ଚଳପ୍ରଚଳ କରୁଛନ୍ତି। ଗତ କିଛି ଦିନଧରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତୀବ୍ର କରାଯାଇଛି।

 

ସୂଚନାନୁଯାୟୀ , ଖବର ପାଇବା ପରେ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ତିନି ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ।