ଭୁବନେଶ୍ୱର : ଅସନ୍ତା କାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ଏନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ ଡିଜି । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ । ମୁତୟନ ରହିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୧୦୦ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ସୁରକ୍ଷାରେ ରହିବେ ସ୍ପେଶାଲ ଟାକ୍ଟିକାଲ ଫୋର୍ସ । ଅନ୍ୟପଟେ ବଜେଟ ଅଧିବେଶନ ପୂର୍ୱରୁ ବିଜେପି ବିଧାୟକ ଦଳ ବୈଠକ ବସିଛି । ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ବୈଠକ ବସିଛି । ବିଧାନସଭା କିଭଳି ସୁରୁଖୁରୁ ଚାଲିବ ସେନେଇ ଆଲୋଚନା ଚାଲିଛି । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତି ଚାଲିଛି ।