ପିଲାଙ୍କ ପାଠ୍ୟକ୍ରମକୁ ୩୦% ହ୍ରାସ

0

ଭୁବନେଶ୍ବର: କରୋନା ସଂକ୍ରମଣ ରାଜ୍ୟରେ ବ୍ୟାପି ଚାଲିଥିବା ବେଳେ ଏହା ପିଲାଙ୍କ ଶିକ୍ଷା ଅଧ୍ୟୟନରେ ସମସ୍ୟା ସୃଷ୍ଟି କରୁଛି । ଏହାକୁ ନେଇ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେବେ ସ୍କୁଲ ଖୋଲିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ । ଏପରି ସମୟରେ ପିଲାଙ୍କ ପାଠ୍ୟକ୍ରମକୁ ୩୦% କମାଇ ଦିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ୩୦% ସିଲାବସ ହ୍ରାସ କରାଯାଇଛି ବୋଲି ବୁଧବାର ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ମହାମାରୀ କରୋନା ପ୍ରକୋପକୁ ନେଇଏହି ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ସିଲାବସ ଏସସିଇଆରଟି, ବିଏସଇ ଓ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ। ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସାମ୍ପ୍ରତିକ ପରିସ୍ଥିତି ଓ ପିଲାଙ୍କ ଉପରେ ଅଧିକ ଚାପ ସୃଷ୍ଟି ନ କରିବାକୁ ଦୃଷ୍ଟିରେ ରଖି ସିଲାବସ ସମ୍ପର୍କରେ ନିଷ୍ପତି ନେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତିନି ବିଶେଷଜ୍ଞ କମିଟି ଗଠନ କରିଥିଲା। ଏହି ତିନି କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷା ବର୍ଷର ୩୦% ସିଲାବସ କମ କରାଯାଇଛି ।