ଲମତାପୁଟ: କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ । ପ୍ରାୟ ସାଢେ ୩ କ୍ୱିଣ୍ଟାଲ ପରିମାଣର ଗଞ୍ଜେଇ ଏକ ଟ୍ରକ୍ରେ ହରିୟାଣା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ପଡିଛି । ଏହି ଘଟଣାରେ ପୁଲିସ ଟ୍ରକ ସହ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।
ଗତକାଲି ବିଳମ୍ବିତ ରାତିରେ ସୁମିତ କୁମାର, ବିଶାଲ କୁମାର ଓ ରୁତସ କୁମାର ନାମକ ତିନିଜଣ ଯୁବକ ଏଚ୍ ଆର୍-୬୧-ଏ ୫୧୩୧ ନମ୍ବର ବିଶିଷ୍ଟ ଏକ ଟ୍ରକରେ ପ୍ରାୟ ସାଢେ ୩ କ୍ୱିଣ୍ଟାଲ୍ ଗଞ୍ଜେଇ ନନ୍ଦପୁର ବ୍ଲକର ଜଲାପୁଟରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଗଞ୍ଜେଇ ଚୋରା ଚାଲାଣ ନେଇ ଲମତାପୁର ଫାଣ୍ଡିକୁ ଖବର ମିଳିଥିଲା । ଖବର ଆଧାରରେ ଲମତାପୁର ଫାଣ୍ଡି ଅଧିକାରୀ ମାଳିସାହି ଛକ ନିକଟରେ ଉକ୍ତ ଟ୍ରକକୁ ଅଟକାଇଥିଲେ। ଅଭିଯୁକ୍ତ ସୁମିତ କୁମାର, ବିଶାଲ କୁମାର ଓ ରୁତସ କୁମାରଙ୍କୁ ପୁଲିସ ଗିରଫ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।