ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ଏଲ୍ସି. ସି. ରୂପେ ପରିଚିତ ର ଏକ ପୁରାତନ ବେସରକାରୀ ପ୍ରାପ୍ତ କ୍ଲବ୍। ଏହି କ୍ଲବ୍ ଦ୍ଵାରା ଗତ ଶୁକ୍ରବାର ଦିନ ଲୁହାକାନୀ ଗ୍ରାମର ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ପଡ଼ିଆରେ ୨୧ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବାଳକ,ବାଳିକା, ବୟସ୍କ ମାନଙ୍କ ଦୌଡ଼, ମହିଳା ଓ ବାଳିକା ମାନଙ୍କ ମିୟୁଜିକ୍ ଏଣ୍ଡ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା।ସେଥିମଧ୍ୟରୁ ମହିଳାଙ୍କ ବଲ ପାସ୍ , ବାଳକ ମାନଙ୍କର ବାଇଗଣ ଠେଲା, ବାଳିକା ମାନଙ୍କର କଦଳୀ ଖିଆ ଖେଳ ବେଶ ଆକର୍ଷଣୀୟ ଲୋକପ୍ରିୟ ହୋଇଥିଲା । ସନ୍ଧ୍ୟା ସମୟରେ ବୁଢୀଗାଳି, କାଠି ନାଚ, ଡିସ୍କ, ଦାସାଇ, ଭାଲୁ ନାଚ ପ୍ରମୁଖ ଆଦିବାସୀ ପାରମ୍ପରିକ ନାଚ ଦେଖିବାକୁ ମିଳିଥିଲା। ଏଲ୍.ସି.ସି କ୍ଲବ୍ ତରଫରୁ ୩୧ ବର୍ଷ ଦେଶସେବା କରି ଅବସର ନେଇ ଗାଁ କୁ ଫେରିଥିବା ଆର୍ମି ମେଜର ନିତ୍ୟାନନ୍ଦ ନାଏକ ଙ୍କୁ ଗାଁର ଗର୍ବ ହିସାବରେ ସମ୍ମାନିତ କରାଯାଇଥିଲା।
ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଲୁହାକାନୀ ପଂଚାୟତ ସରପଞ୍ଚ ସଲାମା ଟୁଡୁ, ଲୁହାକାନୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ମହାନ୍ତ,ସମିତି ସଭ୍ୟ ଦିଲିପ ଗିରି, ବିଶୋଇ ପଞ୍ଚାୟତ ସମିତି ସଭ୍ୟ କାଶୁ ମାଝୀ, ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ପ୍ରଧାନ ଶିକ୍ଷକ ଧନେଶ୍ଵର ମହାନ୍ତ, ଅବସରପ୍ରାପ୍ତ ଆର୍ମି ମେଜର ନିତ୍ୟାନନ୍ଦ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।