ପୁରୀ: ମାଘ ସପ୍ତମୀ ବୁଡ ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ।
୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି , ୩୯ ଇନ୍ସପେକ୍ଟର ନିଯୋଜିତ ହେବେ ।ବୁଡ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । ଏନେଇ ପୋସିଲ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସର ସମସ୍ତ ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ କଲେ ପୁରୀ ଏସପି ବିନୀତ ଅଗ୍ରୱାଲ ।