ଭୁବନେଶ୍ୱର: କଟକ ଜିଲ୍ଲା ଏରକଣାସ୍ଥିତ ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ‘ ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ, ‘ସଫଳତା ସହଜରେ ଆସେନି, ଏଥିପାଇଁ ଦରକାର କଠୋର ପରିଶ୍ରମ ଆଉ ଧୌର୍ଯ୍ୟ , ଜୀବନରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଅସୀମ ଧୌର୍ଯ୍ୟ ରଖିବାକୁ ପଡ଼ିବ । ବାରମ୍ବାର ଅସଫଳ ହେବେ, କିନ୍ତୁ କେବେ ନିଜ ପରିଶ୍ରମକୁ ଅଟକାଇବେ ନାହିଁ । ତେବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଯେନା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷା ଜୀବନରେ ସମୟକୁ ଠିକ ଭାବେ ଉପଯୋଗୀ କରିବାକୁ ପ୍ରେରଣା ଦେଇଥିଲେ । ଏହି ସମୟରେ କ୍ରୀଡ଼ା ସହ ଶିକ୍ଷାଗ୍ରହଣ କରି ଭବିଷ୍ୟତରେ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ସେ ଆହ୍ୱାନ ଦେଇଥିଲେ । କଲେଜର ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ରବୀନ୍ଦ୍ରନାଥ ମଲ୍ଲିକ ଛାତ୍ରଛାତ୍ରୀଙ୍କୁ ସଫଳତା ହାସଲ ସହ ଉତ୍ତମ ମଣିଷ ହେବାକୁ କହିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ହରପ୍ରିୟା ପଣ୍ଡା ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମରେ ପ୍ରାୟ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ, । ୬୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ୬୦ରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।