୫ ବର୍ଷରେ ମରିଛନ୍ତି ୩୪ ଗୋଟି କଲରାପତରିଆ ବାଘ

0

ଭୁବନେଶ୍ୱର; ୫ ବର୍ଷରେ ମରିଛନ୍ତି ୩୪ ଗୋଟି କଲରାପତିରିଆ ବାଘ । ସେଥିରୁ ୧୭ ଟି ବାଘ ଶିକାର ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି , ବିଦ୍ୟୁତ୍ ଆଘାତ ଦ୍ଵାରା ୩. ରେଳ ଦୁର୍ଘଟଣା ଦ୍ଵାରା ୧ ବାଘ ମରିଛନ୍ତି । ରାସ୍ତା ଦୁର୍ଘଟଣା ଦ୍ୱାରା ୩,ରୋଗ ଦ୍ୱାରା ୩,ପ୍ରାକୃତିକ ଭାବେ ୪ ଗୋଟି ମହାବଳ ବାଘ ମୃତ୍ୟୁ ବରଣ କରିଛନ୍ତି । ସେଥି ମଧ୍ୟରୁ ଶିକାର ଦ୍ୱାରା ୧,ନିଜ ଭିତରେ କଳହ ପାଇଁ ୧ଏବଂ ୧ ଗୋଟି ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେହିପରି All odisha Tiger Estimation Report ତଥ୍ୟ ଅନୁସାରେ ବର୍ତମାନ ଓଡ଼ିଶାରେ ମହାବଳ ବାଘ ୩୦ ଗୋଟି ଏବଂ All Odisha Leopard estimation report, ୨୦୨୪ ତଥ୍ୟ ଅନୁସାରେ ୬୯୬ ଗୋଟି କଲରାପତରିଆ ବାଘ ଅଛନ୍ତି ଜ୍ଝବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ଉତ୍ତର ।