(ମୃତ୍ୟୁଞ୍ଜୟ ଭୋଇ): ଆସନ୍ତା ମାସରେ ଖଣିର ନିଲାମ କରାଯିବ । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜୁଲାଇ ଶେଷ ସୁଦ୍ଧା ୫ରୁ ୧୦ଟ ଖଣି ନିଲାମ ହେବ ଏବଂ ୨୦୨୦ ସୁଦ୍ଧା ୨୪ଟି ଖଣି ନିଲାମ ହେବ । ନିଲାମରେ ବାଧା ସୃଷ୍ଟି ନହେବ ସେନେଇ ବିଭାଗ ସଜାଗ ରହିଛି । ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲର ଅଭାବ ନହେବ ସେଥିପାଇଁ ବ୍ୟବସ୍ଥା କରାଯିବ । କୋଇଲା ରୟାଲିଟି ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବୀ କରାଯାଉଥିବା ସତ୍ୱେ କେନ୍ଦ୍ର ବଢାଉନି । ଏହା ଦ୍ୱାରା ଓଡିଶା ବିପୁଳ ପରିମାଣରେ ରାଜସ୍ୱ ହରାଉଛି ବୋଲି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।