ଦିନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

0

ଭୁବନେଶ୍ବର: ଆଜି ଦେଶରେ ୭ମ ଓ ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟୟ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ମତ ଦେଇ ନିଜର ପ୍ରତିନିଧି ବାଛୁଛନ୍ତି ଜନତା । ତେବେ ଆଜି ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ଦେଉଛନ୍ତି ଭୋଟ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଦିନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ଓଡ଼ିଶାରେ ୩୭.୬୪ % ମତଦାନ ହୋଇଛି। ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୪୦.୭୧ ପ୍ରତିଶତ ହୋଇଥିବା ବେଳେ ଭଦ୍ରକ ୩୬.୬୪ ପ୍ରତିଶତ, ଜଗତସିଂହପୁର ୩୮.୮୨ ପ୍ରତିଶତ, ଯାଜପୁର ୩୩.୯୬ ପ୍ରତିଶତ, କେନ୍ଦ୍ରାପଡା ୩୫.୮୪ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୪୦.୦୯ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି ।