ଧାରା ୩୭୦କୁ ରଦ୍ଦ କଲେ ରାଷ୍ଟ୍ରପତି

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦କୁ ରଦ୍ଦ କରିଛନ୍ତି । ସମ୍ବିଧାନର ଧାରା ୩୭୦ ଅନୁସାରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳୁଥିଲା । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ପାର୍ଲାମେଣ୍ଟର ଉଭୟ ସଦନରେ ଗତ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ପ୍ରସ୍ତାବ ଗୃହୀତ ହୋଇଥିଲା । ପରେ ଏହି ପଦକ୍ଷେପ ନିଆଯାଇଛି ।