(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କାଶ୍ମୀରର ଶାସନ ଡ଼ୋରୀ ସେଖ ଅବଦୁଲ୍ଳାଙ୍କ ହାତକୁ ଆସିବା ପରେ ତାଙ୍କର ଏକଛତ୍ରବାଦ ଶାସନ ବଢିଚାଲିଲା । ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାକୁ ଲାଗିଲେ ଅବଦୁଲ୍ଳା । ଯାହା ନେହେରୁ ଓ ଆୟଙ୍ଗର ମଧ୍ୟ ଜାଣିଲେ । ହେଲେ ଏତେ ଆସ୍ପର୍ଦ୍ଧାକୁ ବଲ୍ଲଭଭାଇ ପଟେଲ କିନ୍ତୁ ପସନ୍ଦ କରୁନଥିଲେ । କିନ୍ତୁ କାଶ୍ମୀରରୁ ମହାରାଜା ହରି ସିଂଙ୍କ ହଟିଯିବା ପରେ ନେହେରୁ ଓ ଗୋପାଲ ସ୍ୱାମୀ ଆୟଙ୍ଗର ନିକଟରେ କୌଣସି ରାସ୍ତା ନଥିଲା । ଏଣୁ ନେହେରୁଙ୍କ ସମର୍ଥନରେ ଶେଖ ଅବଦୁଲ୍ଲାଙ୍କ ମନ୍ତ୍ରୀମଣ୍ଡଳ ସହ ପରାମର୍ଶ କରି ଭାରତ ଓ କାଶ୍ମୀର ରାଜ୍ୟର ସମ୍ପର୍କ ବାଖ୍ୟା ନିମେନ୍ତ ଆୟଙ୍ଗର ଅନୁଚ୍ଛେଦ ୩୭୦ର ଚିଠା ପସ୍ତୁତ କରିଥିଲେ । ସେତେବେଳେ ଅନୁଚ୍ଛେଦ ୩୭୦ ବାଖ୍ୟା କରିଥିବା ବିଶେଷଜ୍ଞ ଏହାକୁ ଅନୁଧ୍ୟାନ କରି କହିଥିଲେ ଯେ ଏହି ଅନୁଚ୍ଛେଦ ହଟିବା ସହ କାଶ୍ମୀର ଭାରତରୁ ସ୍ୱତଃ ପୃଥକ ହୋଇଯିବ । ଏହା ସ୍ୱତ୍ତେ୍ୱ ଅନୁଚ୍ଛେଦ ୩୭୦କୁ କୁ ସମ୍ବିଧାନ ସଭାରେ ଉପସ୍ଥାପିତ କରାଯାଇଥିଲା । ସେତେବେଳେ ନେହେରୁ ଆମେରିକା ଗସ୍ତରେ ଥିଲେ । ସମ୍ବିଧାନ ସଭାରେ କଂଗ୍ରେସ ଅନୁଚ୍ଛେଦକୁ ଦୃଢ ବିରୋଧ କରିଥିଲା । ହେଲେ ବିଧେୟକ ଉପରେ ପୂର୍ବରୁ ହିଁ ନେହେରୁ ତାଙ୍କ ହସ୍ତାକ୍ଷର ଦେଇଯାଇଥିଲେ । ହେଲେ ପାର୍ଟି ଏହାକୁ ଗ୍ରହଣ କରୁନଥିଲା ।