୩୭୦ ଧାରା ଉଚ୍ଛେଦକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

0

(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ଧାରା ୩୭୦ ଉଚ୍ଛେଦକୁ ପୁରୀ ଶଙ୍କରାଚାର୍ଯ୍ୟ ସମର୍ଥନ ଜଣାଇଛନ୍ତି । ଇଂରେଜ ଅମଳର କୁଟନୀତି ଭିତ୍ତିକ  ଆଇନ ଉପରେ ଶକ୍ତ ପ୍ରହାର ହୋଇଛି ବୋଲି ସେ କହିଛନ୍ତି । ଦଳମତକୁ ପଛରେ ରଖି ଭାରତ ପାଇଁ କାମ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ ନିଜର ମତ ପ୍ରକାଶ କରିଛନ୍ତି ।
ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । କେତେକେ ଦଳ ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟପଟେ ଏହାକୁ ବିରୋଧର ସ୍ୱର ମଧ୍ୟ ଉଠିବାରେ ଲାଗିଛି ।
ଶିବସେନା ଏବଂ ବିଜେପି , ବିଜେଡ଼ି, ଏଆଇଏଡ଼ିଏମ୍କେ, ବିଏସପି, ୱାଇଏସଆରସି ମଧ୍ୟ ରାଜ୍ୟସଭାରେ ସମର୍ଥନ ଜଣାଇ ଥିବା ବେଳେ ବିରୋଧ କରିଛନ୍ତି କଂଗ୍ରେସ ସମେତ ପିଡ଼ିପି ଓ ଜେଡ଼ିୟୁ ଏହାକୁ ବିରୋଧ କରିଛନ୍ତି ।ବିଜେଡି ପକ୍ଷରୁ ରାଜ୍ୟସଭାରେ ପ୍ରଶନ୍ନ ଆଚାର୍ୟ୍ୟ କହିଛନ୍ତି, ବାସ୍ତବରେ ଆଜି ହିଁ ଜାମ୍ମୁ ଓ କାଶ୍ମୀର ଭାରତର ଅଂଶ ହେଲା । BJD ଏକ ଆଞ୍ଚଳିକ ଦଳ ହେଲେ ଆମ ପାଇଁ ଦେଶ ଆଗ । ପ୍ରଶନ୍ନ ଆହୁରି ମଧ୍ୟ କହିଛନ୍ତି ଯେ, POK ଭାରତରେ କେବେ ମିଶିବ ତାକୁ ଲୋକେ ଅପେକ୍ଷା କରିଛନ୍ତି ।