ମାଲକାନଗିରି: ଅଲଗା ଅଲଗା ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିଲେ ୩୮ ଲକ୍ଷ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ । ଧମତରୀ ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ଗରିଆବନ୍ଧ ଡିଭିଜନ ମାଓବାଦୀଙ୍କ ଇଙ୍ଗ ଡମ୍ପ ଠାବ କରିଛନ୍ତି ସୁରକ୍ଷା କର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲଇସକୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ୩୮ ଲକ୍ଷର ନଗଦ ଟଙ୍କା , ୨୩ ଟି ବିଜିଏଲ ୨ଟି ଟିଫିନ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର ସହ ମାଓବାଦୀ ପୋଷାକ ଓ ନିତ୍ୟ ବ୍ୟବହାର ସାମଗ୍ରୀ ଜବତ ହୋଇଛି । ବଡ ବଡ ବେପାରୀ ଓ ପୁଞ୍ଜିପତିଙ୍କ ଠାରୁ ଚାନ୍ଦା ଆଦାୟ କରି ଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ ମାଓବାଦୀ । ଟଙ୍କା ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲେ ମଧ୍ୟ କୌଣସି ମାଓବାଦୀ ଧରାପଡି ନଥିବା କୁହାଯାଉଛି ।