ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ଲକ୍ଷ ୭୦ହଜାର ୫୪୭ଆସନ ରହିଥିବାବେଳେ ୨ଲକ୍ଷ ୨୩ହଜାର ୩୬୪ ଜଣ ଅନଲାଇନ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୨୨ହଜାର ୨୮୨ ଜଣ ଅନଲାଇନରେ ପୈଠ କରିଛନ୍ତି । ଯୁକ୍ତ ୨ରେ ରଖିଥିବା ମାର୍କ ଆଧାରରେ ପ୍ରଥମ ପର୍ଯ୍ୟୟ ମେଧା ତାଲିକା ପ୍ରକାଶ ପାଇବ । ୨ୟ ପର୍ଯ୍ୟୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ୯ ତାରିଖରେ ତୃତୀୟ ପର୍ଯ୍ୟୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ସେହିପରି କଲେଜଗୁଡିକର ଅବଶିଷ୍ଟ ଆସନରେ ନାମଲେକା ପାଇଁ ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟୟ ଏବଂ ସେପ୍ଟେମ୍ବର ୧ରେ ପ୍ରକାଶ ପାଇବ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା । ସେପ୍ଟେମ୍ବର ୧୩ରେ ନାମଲେଖା ପାଇଁ ଶେଷ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି ।