ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ମାମଲା ୪ ଗିରଫ

0

ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ମାମଲା ୪ ଗିରଫ । ପୌର ପରିଷଦର ୩ ଅଧିକାରୀଙ୍କ ସହ ଅନ୍ୟ ଜଣଙ୍କୁ ବାନ୍ଧିଲା ଭିଜିଲ୍ଲାନ୍ସ । ଆକାଉଣ୍ଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ , ସାନିଟେସନ୍ ଏକ୍ସପର୍ଟ ବିଶ୍ୱରଞ୍ଜନ ସାହୁ । ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କୁ ଗିରଫ କଲା ଭିଜିଲାନ୍ସ । ମଶା ତେଲ ଯୋଗାଣକାରୀ ଫ୍ୟୁଜନ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲ ଗିରଫ । ମଶା ତେଲ ୭୭ଟଙ୍କା ବଦଳରେ ଲିଟର ପିଛା ୭୪୦ ଟଙ୍କା ଦେଇ କିଣିଥିଲେ । ୭,୫୦୦ ଲିଟର ମଶା ତେଲ କିଣିଥିଲା ଝାରସୁଗୁଡା ପୌର ପରିଷଦ ।