(ଶିଳାସ୍ମିତା ରାୟ)ଭୁବନେଶ୍ୱର: ଅଗଷ୍ଟ ୨୦୧୮ରୁ ଅଗଷ୍ଟ ୨୦୧୯ । ଗୋଟିଏ ବର୍ଷ । ଏହି ଗୋଟିଏ ବର୍ଷ ଅନେକ କ୍ଷେତ୍ରରେ ବିଜେପିକୁ ନାନା ସଫଳତା ଦେଇଥିବା ବେଳେ କିନ୍ତୁ ଛଡାଇ ନେଇଛି ୪ ବରିଷ୍ଠ ନେତୃତ୍ୱଙ୍କୁ । ଯେଉଁମାନଙ୍କ ଦିଗଦର୍ଶନ, ରଣନୀତି ବିଜେପିକୁ ସଫଳତା ଆଣି ଦେଇଥିଲା । ଗୋଟିଏ ବର୍ଷ ଭିତରେ ଝରିପଡିଛନ୍ତି ୪ ଦିଗଜ୍ ନେତା ।
୨୦୧୮ ଅଗଷ୍ଟ ମାସରେ ଦୀର୍ଘ ଅସୁସ୍ଥତା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ଅଟଳବିହାରୀ ବାଜପାୟୀଙ୍କ ଦେହାନ୍ତ ହୋଇଥିଲା । ବାଜପେୟୀଙ୍କ ନିଧନର ଦୁଃଖରୁ ବିଜେପି ବାହାରିଛି କି ନାହିଁ ମାର୍ଚ୍ଚ ୨୦୧୯ରେ ବିଜେପିର ଆଉଜଣେ ବରିଷ୍ଠ ନେତା ତଥା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ଲାଲ ପାରିକରଙ୍କ ନିଧନ ହେଲା । ଏହାର ୫ ମାସ ପରେ ଅର୍ଥାତ୍ ଅଗଷ୍ଟ ୬ ତାରିଖରେ ପୂର୍ବତନ ବିଦେଶ ମନ୍ତ୍ରୀ ଇହଲୀଳା ସମ୍ବରଣ କଲେ । ଆଜି ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଆମକୁ ଛାଡି ପରପାରିକୁ ଯାତ୍ରା କରିଛନ୍ତି । ଏହି ଗୋଟିଏ ବର୍ଷରେ ମୋଦି ହରାଇଛନ୍ତି ତାଙ୍କ ଚାରିଜଣ ପ୍ରିୟ ଓ ଦିଗଦର୍ଶକଙ୍କୁ । ଯେଉଁମାନଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ନୀତି ଆଦର୍ଶ ଦଳକୁ ଲୋକପ୍ରିୟ କରାଇଥିଲା ।