ଉମରକୋଟ/ମନୋଜ କୁମାର ନାୟକ: ଦାଦନ ଖଟିବାକୁ ଯାଇ ଚାରି ଯୁବକଙ୍କ ମୁଣ୍ଡ ବନ୍ଧକ ପଡିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡିର ଚାରି ଜଣ ଯୁବକ ଗତ ସୋମବାର ଦିନ ସୁଦୂର ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଗତ ଶୁକ୍ରବାର ଦିନ ଚାରି ଜଣ ଯୁବକଙ୍କୁ କିଛି ଦୁର୍ବୁର୍ତ୍ତ ଉଠାଇ ନେଇ ଏକ ବନ୍ଦ କୋଠରୀରେ ରଖି ନିସ୍ତୁକ ମାଡ଼ମାରିବା ସହିତ ଟଙ୍କା ଦେଲେ ସମସ୍ତଙ୍କୁ ଛାଡିବାକୁ ଚେତାବନୀ ଦେଇଥିଲେ । ପରିବାର ଲୋକ ନିଜ ଜମି ବନ୍ଧା କରି ଟଙ୍କା ପଠାଇବା ପରେ ଦୁର୍ବୃ୍ତ୍ତ ମାନେ ଉକ୍ତ ଚାରି ଜଣ ଶ୍ରମିକଙ୍କୁ ଘଞ୍ଚ ଜଙ୍ଗଲରେ ଛାଡି ଚମ୍ପଟ ମାରିଥିଲେ। ଏବଂ ଚାରିଜଣ ଶ୍ରମିକ ଉମରକୋଟ ଅଭିମୁଖେ ବାହାରିଥିବା ଜଣାପଡିଛି ଗତ ୩ ତାରିଖରେ ତାମିଲନାଡ଼ୁକୁ କାମ ଅନ୍ୱେଷଣରେ ଯାଇଥିଲେ କୌଣସି ଦଲାଲ ସେମାନଙ୍କୁ ନେଇଥିବା ବେଳେ ସମସ୍ତେ ନିଜ ଇଚ୍ଛାରେ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଚାରି ଜଣ ଯୁବକ ଦୁର୍ବୃ୍ତ୍ତ ଙ୍କ ହାବୁଡ଼ରେ ପଡିଯାଇଥିଲେ । ଦୁର୍ବୃ୍ତ୍ତ ମାନେ ଚାରି ଜଣକୁ ଏକ କୋଠରୀରେ ରଖି ନିସ୍ତୁକ ମାଡ଼ ମାରିଥିଲେ ଯୁବକ ମାନଙ୍କ ବେକରେ ଛୁରୀ ଲଗାଇ ପରିବାର ଲୋକଙ୍କୁ ଫୋନ କରି ତୁରନ୍ତ ଟଙ୍କା ପଠାଇ ବାକୁ କହିଥିଲେ । ନଚେତ ସମସ୍ତଙ୍କୁ ଜୀବନରେ ମାରିଦିଆଯିବ ବୋଲି କହିଥିଲେ ଏପରିକି ଚାରି ଜଣ ଯୁବକ କାନ୍ଦି କାନ୍ଦି ତୁରନ୍ତ ଟଙ୍କା ପଠାଇବା ପାଇଁ ପରିବାର ଲୋକଙ୍କୁ କାକୁତି ମିନତୀ ହୋଇଥିଲେ ତେବେ ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନଥିବାରୁ ପରିବାର ଲୋକେ ନିଜେ ଚାଷ କରୁଥିବା ଜମିକୁ ବନ୍ଧକ ରଖି ୫୫୦୦୦ ଟଙ୍କା ଦୁର୍ବୃ୍ତ୍ତ ଙ୍କୁ ଫୋନ ପେ ମାଧ୍ୟମରେ ପଠାଇଥିଲେ ଟଙ୍କା ପାଇବା ପରେ ସେମାନଙ୍କୁ ଛାଡିଥିଲେ ଏ ନେଇ ପରିବାର ଲୋକେ ଉକ୍ତ ଘଟଣା ବିଷୟରେ ସମାଜ ସେବି ତଥା ବିଜେପି ନେତା ଶ୍ରୀ କାଜୋମ ମଦାନିଙ୍କ ଘଟଣା ବିଷୟରେ ଜଣାଇବା ପରେ ଶ୍ରୀ ମଦାନୀ ତୁରନ୍ତ ନବରଙ୍ଗପୁର ଏସପିଙ୍କ ସହ ଯୋଗ ଯୋଗ କରିଥିଲେ । ଏ ନେଇ ପରିବାର ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଅଂଚଳରେ ବାରମ୍ବାର ଘଟୁଛି ହେଲେ ପ୍ରଶାସନ ନିରବ! କିଏ ଶବ ହୋଇ ଘରକୁ ଫେରୁଛି ତ କିଏ ଆହତ ହୋଇ ଘରକୁ ଫେରୁଛି ନିଜ ଅଂଚଳରେ କାମ ନ ପାଇ ଶ୍ରମିକ ମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଉଛନ୍ତି ଏପରିକି ମୋନେରେଗା କାମରେ ଶ୍ରମିକ ବଦଳରେ ମେସିନ କାମ କରୁଛି ଫଳରେ ଶ୍ରମିକ ହତାଶ ହୋଉଛନ୍ତି ଯାହା ଫଳରେ ବାହାର ରାଜ୍ୟକୁ ଯାଇ ଦଲାଲଙ୍କ ଆକ୍ରୋଶର ଶିକାର ହୋଉଛନ୍ତି । ଏପଟେ ରାଜ୍ୟ ସରକାର ଡ଼ିମି ଡିମା ପିଟୁଛନ୍ତି ଯେ ଗାଁ କୁ କାମ ମାଙ୍କୁ ସମ୍ମାନ ତାହାର ଏକ ଜଳନ୍ତା ଉଦାହରଣ ଏହି ଘଟାଣି ହିଁ କହିଦଉଛି ।ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏହାକୁ ରୋକିବାରେ ସଫଳ ହେବ ।