ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର

0

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପରିବାରର ଜଣଙ୍କ ମୃତଦେହ ଝଲନ୍ତା ଅବସ୍ଥାରେ ମିଳିଥିବା ବେଳେ ପତ୍ନୀ ଓ ଦୁଇ ପିଲାଙ୍କ ମୃତଦେହ ବିଛଣା ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବ୍ୟକ୍ତି ପତ୍ନୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଏହି ଘଟଣାରେ ପୁଲିସ ଯ।।ଞ୍ଚ ଆରମ୍ଭ କରିବା ସହ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମୃତ ବ୍ୟକ୍ତି ଧୀରଜ(୩୧) ଡିଟିସିରେ ବସ ଡ୍ରାଇଭର ଭାବେ କାମ କରେ । ତାର ସ୍ତ୍ରୀ ଆରତୀ (୨୮) ଓ ଦୁଇ ଝିଅ ଯଥାକ୍ରମେ ୬ ଓ ୩ ବର୍ଷର । ସେମାନେ ରୋହିଣୀ ଅଞ୍ଚଳରେ ବସବାସ କରନ୍ତି । ଆଜି ସକାଳୁ ସେମାନଙ୍କ ଘରର କବାଟ ନ ଖୋଲିବାରୁ ପାଖ ପଡିଶା କବାଟ ବାଡେଇଥିଲେ । ତେବେ କବାଟ ନ ଖୋଲିବାରୁ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ପହଞ୍ଚି ଘରର କବାଟ ଭାଙ୍ଗି ଧୀରଜର ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଥିବା ବେଳେ ଘର ଭିତରେ ବିଛଣାରେ ଆରତୀ ଓ ଦୁଇ ପିଲାଙ୍କ ମୃତଦେହ ମିଳିଥିଲା ।