ଚଣ୍ଡିଗଡ: ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମର୍ମନ୍ତୁଦ ସଡକ ଘଟଣାରେ ମୃତ୍ୟୁ ହୋଇଛି । ହରିୟାଣାର ମହେନ୍ଦ୍ରଗଡ-କନିନା ରାସ୍ତାରେ ଏକ କାର ଓ ବସ ମଧ୍ୟରେ ଧକ୍କା ହେବା ଫଳରେ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ରବିବାର ଦିନ ଦୁର୍ଘଟଣାଟି ମହେନ୍ଦ୍ର ଗଡର ଝାଗ୍ରୋଲି ଗାଁ ନିକଟରେ ଘଟିଥିଲା । ମୃତକମାନେ ଏକ କାରରେ ଫରିଦାବାଦରୁ ଆସୁଥିଲେ । ମୃତକଙ୍କ ମଧ୍ୟରେ ପ୍ରାୟତଃ ସମସ୍ତ ସଦସ୍ୟ ବୟସ୍କ । ସେମାନଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । ସେମାନେ କାର ଯୋଗେ ଫରିଦାବାଦରୁ ମହେନ୍ଦ୍ରଗଡ ଅଭିମୁଖେ ଆସୁଥିଲେ । ମୃତକମାନେ ହେଲେ ଗୋଟିଏ ପରିବାରର ୩ ଭାଇ ଓ ସେମାନଙ୍କ ଭଉଣୀ ।