ମହାପ୍ରଭୁଙ୍କର ବନକଲାଗି ନିତି ପାଇଁ ୪ଘଣ୍ଟା ଦର୍ଶନ ବନ୍ଦ

0

ପୁରୀ:  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲ୍ଲଭ ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ  । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  । ହିଙ୍ଗୁଳ, ହରିତାଳ, ଶଙ୍ଖ,  କସ୍ତୁରୀ,  ନାଲି,  ଧଳା ଓ କଳା  ଆଦି ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ମହାପ୍ରଭୁଙ୍କ ଏହି ଦିବ୍ଯ ଚକାଆଖି ଭକ୍ତଜନଙ୍କୁ ଶ୍ରୀମନ୍ଦିରକୁ ଟାଣି ଆଣିଥାଏ।  ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଛି।  ଆଜି ପ୍ରାୟ ଅପରାହ୍ନ ୪ ଟା ରୁ  ରାତି ୮ ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନିତି ପରେ  ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର  ଦର୍ଶନ ଆରମ୍ଭ ହେବ । ସେପଟେ ଆଜି ବନକଲାଗି ନିତି ଥିବାରୁ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ସେହି ଅପରୂପ ଦର୍ଶନ କରିବାକୁ ବ୍ଯାକୁଳ। ସେପଟେ  ନିତିକାନ୍ତିକୁ ସଅଳ କରିବା ପାଇଁ ଆଜି ଭୋର ୩ଟ୧୦ରେ ଶ୍ରୀମନ୍ଦିର ଦ୍ୱାର ଫିଟାନିତି ସମ୍ପର୍ଣ୍ଣ ହୋଇଛି। ତାପରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ଦୈନିକ ନିତି ଆଗକୁ ବଢିଛି।